एकता ग्रुप की ओर से अंतरराष्ट्रीय महिला दिवस और स्वास्थ्य शिविर का आयोजन
राउरकेला की महिला संस्था एकता ग्रुप ने झिरपानी स्थित साइनिंग क्लब में अंतरराष्ट्रीय महिला दिवस व महिला सर्वाइकल उपचार शिविर का आयोजन किया। एकता समूह की अध्यक्ष बसुमती मोहंती ने कार्यक्रम की अध्यक्षता की और संपादिका अंसूपा दलई ने सामाजिक कार्यकर्ता श्रद्धा षाड़ंगी, कवि कुंजबिहारी राउत, सरपंच अजीत तिर्की, सामाजिक कार्यकर्ता बेनुधर पॉटर, जोया त्रिपाठी, ग्रेसी डेविड, ओमरिट नीलम, प्रथी चक्रवर्ती, एमडी परवेज के साथ कार्यक्रम की मेजबानी की।
इस कार्यक्रम की मुख्य अतिथि वरिष्ठ महिला बसंती विशाल और गीता मल्लिक मुख्य कलाकार थीं। प्रमुख सदस्यों में विजय सुंदरैया और सुमति नाइक द्वारा आयोजित, अतिथियों ने महिला उत्थान, मुक्ति और सशक्तिकरण के महत्वपूर्ण मुद्दों पर चर्चा की। अतिथियों ने अपने उद्बोधन में कहा कि महिलाओं में आत्मविश्वास, कार्य के प्रति प्रतिबद्धता तथा व्यवहार एवं वाणी में सामंजस्य ही समाज में उनकी स्थिति को मजबूत कर सकता है। आजकल महिलाएं समाज के हर क्षेत्र में अपनी उपस्थिति दर्ज कराने में सक्षम हैं और दूसरों के लिए एक मिसाल कायम करती हैं। इस अवसर पर विभिन्न क्षेत्रों में विशेषज्ञता हासिल करने वाले 82 लोगों और समूह के सभी सदस्यों को सम्मानित किया गया। इसी तरह जेपी अस्पताल एवं संस्थान के सहयोग से महिलाओं के सर्वाइकल कैंसर का नि:शुल्क उपचार शिविर लगाया गया। करीब 62 महिलाओं का स्वास्थ्य परीक्षण किया गया। इस कार्यक्रम में समन्वयक सुरेश शर्मा व डॉ. सुजाता कुमारी व जेपी अस्पताल के अन्य सदस्यों ने सहयोग किया. कार्यक्रम में शहर की विभिन्न महिला संस्थाओं की सदस्यों ने भाग लिया जबकि एकता समूह की सभी सदस्यों ने कार्यक्रम के संचालन में सहयोग किया।
------------------------------------------------------------------------------------
ଏକତା ଗୃପର ଆନ୍ତର୍ଜାତିକ ମହିଳା ଦିବସ ଓ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ ....
ରାଉରକେଲା/ ମହିଳା ସଂଗଠନ ଏକତା ଗୃପ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଓ ମହିଳାଙ୍କ ଗର୍ଭାଶୟ ଜନିତ ଚିକିତ୍ସା ଶିବିର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ବସୁମତି ମହାନ୍ତି ଙ୍କ ସଭାପତିତ୍ବ ଓ ସଂପାଦିକା ଅଂଶୁପା ଦଳେଇଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରଦ୍ଧା ଷଡଙ୍ଗୀ, କବି କୁଞ୍ଜବିହାରୀ ରାଉତ, ସରପଞ୍ଚ ଅଜିତ ତିର୍କୀ,ସମାଜସେବୀ ବେଣୁଧର କୁମ୍ଭାର, ଜୋୟା ତ୍ରିପାଠୀ, ଗ୍ରେସୀ ଡେଭିଡ, ଅମ୍ରିତ ନୀଲମ, ଛବି ଚକ୍ରବର୍ତ୍ତୀ, ଏମଡି ପରଭେଜ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ମହିଳା ବାସନ୍ତୀ ବିଶ୍ବାଳ ଓ ଗୀତା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରମୁଖ ସଦସ୍ୟ ବିଜୟ ସୁନ୍ଦରରାୟ ଓ ସୁମତି ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ମହିଳାଙ୍କ ଉନ୍ନତି, ମୁକ୍ତି ଓ ସଶକ୍ତିକରଣ ଉପରେ ଅତିଥିମାନେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ବାସ, କର୍ମ ପ୍ରତି ପ୍ରତିବଦ୍ଧତା ତଥା ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ରଖିଲେ ସମାଜରେ ନିଜର ସ୍ଥିତି ଦୃଢ କରିପାରିବ। ସଂପ୍ରତି ନାରୀ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏହି ଅବସରରେ ୮୨ ଜଣ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତଥା ଗୃପର ସମସ୍ତ ସଦସ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜେପି ହସପିଟାଲ୍ ଓ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ମହିଳା ଗର୍ଭାଶୟ ଜନିତ ଏକ ନିଃଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୬୨ ଜଣ ମହିଳା ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଜେପି ହସପିଟାଲର ସଂଯୋଜକ ସୁରେଶ ଶର୍ମା ଓ ଡାକ୍ତର ସୁଜାତା କୁମାରୀ ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସହରର ବିଭିନ୍ନ ମହିଳା ଅନୁଷ୍ଠାନର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଏକତା ଗୃପର ସମସ୍ତ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।





